ହସ୍ପିଟାଲ୍ ରୁ ସମସ୍ତେ ଘରେ ପହଞ୍ଚିବା ପରେ ମନୋରମା ଆଶାକୁ ପ୍ରକାଶ ବିଷୟରେ ପଚାରେ, ଆଶା କଣ ଉତ୍ତର ଦବ କିଛି ବୁଝି ପାରେନି । ଅନ୍ୟପଟେ ପ୍ରକାଶ ଶୀଲାକୁ ଜବାବ୍ ମାଗେ କି ସେ କଣ ପାଇଁ ଏତେ ବଡ ମିଛ ନାଟକ ରଚିଥିଲା । ଆଶା ଘର ଲୋକଙ୍କୁ କୁହେ, ସବୁଥର ପରି ଏଥର ମଧ୍ୟ ଆଶା ଆଉ ପ୍ରକାଶ ମିଶି ଗଣେଶ ପୂଜାର ଆୟୋଜନ କରିବେ ଆଉ ସେଥିପାଇଁ ତାଙ୍କୁ ଶୀଲା ପାଖରୁ ଫେରିବାକୁ ହବ ।