ଶିଭ୍ ଓ ପୂଜା କୁ ଶୀଘ୍ର ହନିମୁନ ପଠାଇବା ପାଇଁ, ରାଜ ରାଜେନ୍ଦ୍ର କୁହେ। ହଠାତ୍ ଶିଭ୍ ରୁମ୍ ଭିତରେ ବାସ ର ସେଜ ସଜା ହୋଇଥିବା ଦେଖେ। ପୂର୍ବରୁ ଏମିତି ଏକ ରାତିରେ ପୂଜା ସହ ଘଟିଥିବା ଘଟଣା ତାର ମନେପଡେ। ସେ ବିବ୍ରତ ହୁଏ। ପୂଜା ଆସି ଏସବୁ ସାଜସଜ୍ଜା ଦେଖି ଶିଭ୍ କୁ ରାଜ ରାଜେନ୍ଦ୍ର ର ଆଦେଶ ରେ କେତେଦିନ ଆଉ ଚାଲିବ ପଚାରିବା ରୁ ଶିଭ୍, ପୂଜା ର ଅନିଚ୍ଛା ରେ ତା ସହ କୌଣସି ସମ୍ପର୍କ ରଖିବ ନାହିଁ କଥାଦିଏ।