ପୂଜା କୁ ରାସ୍ତା ରୁ ହଟେଇବା ପରେ ଶିଭ୍ କୁ ବିବାହ କରି ହଭେଲୀ ର ନୂଆ ବୋହୂ ସାଜିବା ର ସ୍ୱପ୍ନ ଆଶୁ ଦେଖୁଥାଏ। ଅର୍ଚ୍ଚନା ଓ ବିରାଜ ଫୋନ୍ ରେ କଥା ହେଉଥିବା ବେଳେ ଚାକର ବଦ୍ରୀ, ଶିଭ ଓ ପୂଜା ର ଆକ୍ସିଡେଣ୍ଟ ଖବର ଦିଏ। ଜୋତିକା ଓ ଆଶୁ କୁ ଛାଡି ପରିବାର ଏହି ଖବର ଶୁଣି ବିବ୍ରତ ଥିବାବେଳେ ହଠାତ୍ ଶିଭ୍ ଆସି ହଭେଲୀ ଦ୍ୱାର ରେ ପହଞ୍ଚେ।